ଭିଜା ଶ୍ରାବଣ - ଶୁଭଶ୍ରୀ ଦଲେଇ

 

ଭିଜା ଶ୍ରାବଣର ବର୍ଷା ଧାରରେ

    ଭିଜିଯାଏ ତନୁମନ, 

ସକାଳର ବାସ୍ନା ଭିଜାଏ ହ୍ଋଦୟ

      ଖେଳିଯାଏ ଶିହରଣ। ୧। 


ପ୍ରକ୍ଋତି ରାଣୀର ସଜବାଜ ଦେଖି

           ବାଦଲ ବିଭୋର ହୁଏ, 

କ୍ଋଷ୍ଣବର୍ଣମେଘ ଉଲ୍ଲାସେ ଆକାଶ

  ମୟୁର ପୁଚ୍ଛ ମେଲାଏ। ୨। 


ବର୍ଷାବିନ୍ଦୁର ସେ ପହିଲି ସ୍ପର୍ଶରେ

      ଧରଣୀ ଜୀବନ୍ତ ହୁଏ, 

ତ୍ଋଣାଙ୍କୁୁର ପୁଣି ପଲ୍ଲବିତ ହୋଇ

          ହରିତ ରୂପ ସଜାଏ। ୩। 


ସାଧବ ବୋହୂର ଲୋହିତ ଚୂମ୍ବନେ

     ପ୍ରାଙ୍ଗଣ ସତ୍ତା ହରାଏ, 

ଗୁଣୁଗୁଣୁ ରୂପେ ଗୁଞ୍ଜରି ଭ୍ରମର

କଦମ୍ବ-କୁମୁଦ-ଜୁହି-ମାଳତୀଙ୍କ 

      ପ୍ରଣୟର ଗାଥା ଗାଏ। ୪। 


ବିରହୀ ଭାବନା କାମାତୁର ପୁଣି

    ନଦୀ ସାଜେ ବାରଙ୍ଗନା, 

ପ୍ରବାସୀ ର ମନ ମିଳନ ଆତୁର

         ପ୍ରେମ ପ୍ରେୟାସି ଗହଣା। ୫। 


ରଜନୀର କାମ୍ୟ ଅନ୍ଧକାର ପୂର୍ଣ୍ଣ

       ଫିକା ଜ୍ୟୋସ୍ନାର ଆଲୁଅ, 

ଘଡଘଡି ନିଏ ମ୍ଋଦଙ୍ଗର ସ୍ଥାନ

   ବିଦ୍ୟୁତ୍ ର ବାର୍ତ୍ତା ନକୁହ। ୬। 


ସର୍ବଜନ ଗ୍ରାହ୍ଯ ସର୍ବଜନ ପ୍ରିୟ

     କାମ୍ୟ ସେ ପ୍ରାଣୀର

ସ୍ବରଙ୍ଗେ ରଙ୍ଗାଏ, ନିଜେ ରଙ୍ଗମୟ

    ମଧୁର ଭିଜା ଶ୍ରାବଣ

      ମଧୁର ଭିଜା ଶ୍ରାବଣ। ୭। 


ଶୁଭଶ୍ରୀ ଦଲେଇ 

ଉଦଳା , ମୟୁରଭଞ୍ଜ 

Post a Comment

0 Comments